ମଧ୍ୟପ୍ରଦେଶ: ବିପରୀତ ସୁଅରେ ଭାସେ ନୃସିଂହଙ୍କ ପାଷାଣ ପ୍ରତିମା

ଭାରତ ବାସୀ ବଡ଼ ଈଶ୍ୱର ବିଶ୍ୱାସୀ। କାରଣ ଏହି ପବିତ୍ର ଦେଶରେ ଏପରି କିଛି ଘଟେ ଯାହା ଈଶ୍ୱରଙ୍କ ଉପସ୍ଥିତିକି ପ୍ରତ୍ୟକ୍ଷରେ ଯାହିର କରିଥାଏ। କେଉଁ ସ୍ଥାନରେ ମନ୍ଦିରରେ ଖୋଦିତ ମୂର୍ତ୍ତି ସବୁ କଥା କହିଥାନ୍ତି ତ କେଉଁଠାରେ ମନ୍ଦିର ପରିସର ରେ ଥିବା ଜଳାଶୟ ନିଜର ରଙ୍ଗ ବଦଳାଇ କିଛି ସଂକେତ ପ୍ରଦାନ କରିଥାଏ। ତେବେ ଆଜି ଆମେ ଆଲୋଚନା କରିବା ଏକ ପାଷାଣ ନୃସିଂହ ବିଗ୍ରହଙ୍କ କଥା। ଯାହା ନଦୀର ବିପରୀତ ଜଳ ସ୍ରୋତରେ ଭାସିଥାନ୍ତି।

ମଧ୍ୟ ପ୍ରଦେଶର ଦେୱାସ ଜିଲ୍ଲା ରେ ରହିଛି ହାତ ପିପଲ୍ୟା ନାମରେ ଏକ ସହର। ଏହି ସହରରେ ବିରାଜମାନ କରିଛନ୍ତି ଭଗବାନ ନୃସିଂହ। ଏକ ଭବ୍ୟ ମନ୍ଦିରରେ ସିଏ ନିତ୍ୟ ଉପାସିତ। ଏମିତି ଏହି ସହରରେ ଅନେକ ଛୋଟ ବଡ଼ ଦେବ ମନ୍ଦିର ବି ରହିଛି। କିନ୍ତୁ ଏହି ଭଗବାନ ନୃସିଂହଙ୍କ ଵିଶେଷ ତ୍ବ ହେଉଛି ବର୍ଷରେ ଗୋଟିଏ ଦିନ ପିପଲ୍ୟା ସହର ନିକଟରେ ଥିବା ଭ୍ରମୋରୀ ନଦୀରେ ସିଏ ସନ୍ତରଣ କରିଥାନ୍ତି। ଯାହାକୁ ହଜାର ହଜାର ଶ୍ରଦ୍ଧାଳୁମାନେ ଦର୍ଶନ କରିଥାନ୍ତି।

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଏହି ଘଟଣା ଘଟିଥାଏ। ପରମ୍ପରା ଅନୁସାରେ ଏହି ପବିତ୍ର ଦିନ ପିପଲ୍ୟା ସହରରେ ଥିବା ସମସ୍ତ ମନ୍ଦିର ରୁ ସୁସଜ୍ଜିତ ଦେବ ବିଗ୍ରହ ଶୋଭାଯାତ୍ରା ରେ ବାହାରି ସହରର ମୁଖର୍ଜୀ ଚୋୖକ ରେ ଏକତ୍ରିତ ହୋଇଥାନ୍ତି। ଏହାପରେ ମୁଖ୍ୟ ଶ୍ରୀ ନୃସିଂହ ବିଗ୍ରହ ଶୋଭାଯାତ୍ରା ରେ ଆସିବା ପରେ ସମସ୍ତେ ଭ୍ରମୋରୀ ନଦୀ ତଟରେ ଥିବା ନୃସିଂହ ଘାଟରେ ପହଁଚି ଥାନ୍ତି। ଏହାପରେ ନୃସିଂହ ନାଥଙ୍କ ସେବକ ସ୍ନାନ ଦି ସାରିଥାନ୍ତି। ଏହାପରେ ନୂତନ ବସ୍ତ୍ରରେ ଆବୃତଶ୍ରୀ ନୃସିଂହ ବିଗ୍ରହଙ୍କୁ ନଦୀ ମଧ୍ୟକୁ ନିଆଯାଇ ଥାଏ। ଏହି ପାଷାଣ ନୃସିଂହ ବିଗ୍ରହଙ୍କ ଓଜନ ପାଖାପାଖି ସାତ କିଲୋ ଓଜନର ଅଟନ୍ତି। ଏହାଙ୍କୁ ଉକ୍ତ ନଦୀର ଜଳ ସ୍ରୋତରେ ଭସାଇ ଦିଆଯାଇ ଥାଏ। ବଡ଼ ଅଶ୍ୱର୍ଯ୍ୟର ବିଷୟ ଏହା ଜଳରେ ବୁଡି ନଯାଇ ଜଳ ସ୍ରୋତର ବିପରୀତ ଦିଗରେ ଭାସି ଆସି ପୂଜାରୀ ପାଖରେ ପହଁଚି ଥାନ୍ତି। ଏହିପରି ତାଙ୍କୁ ନଦୀରେ ସେଦିନ ତିନିବାର ଭସାଇ ଦିଆ ଯାଇଥାଏ। ପ୍ରବାଦ ରହିଛି ଭଗବାନ ଙ୍କ ବିଗ୍ରହ ଏହିପରି ଭାସିବା ଦ୍ୱାରା ଆସୁଥିବା ବର୍ଷଟି ବହୁତ ଆନନ୍ଦ ଦାୟକ ହୋଇଥାଏ। ଯଦି ଏଥିରେ କିଛି ବ୍ୟତିକ୍ରମ ଘଟେ ତେବେ ବର୍ଷରେ କିଛି ବିପଦ ଆଶଙ୍କା କରା ଯାଇଥାଏ। ଏହି ପବିତ୍ର ଉତ୍ସବକୁ ଦେଖିବା ପାଇଁ ସେଦିନ ସମଗ୍ର ସହର ଲୋକରଣ୍ୟ ହୋଇଥାଏ। ଶ୍ରଦ୍ଧାଳୁ ମାନେ ଏହି ଦିବ୍ୟ ଉତ୍ସବ କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି। ଏହାସହ ଈଶ୍ୱରଙ୍କ ପ୍ରତି ସେମାନଙ୍କ ଆସ୍ଥା ଓ ବିଶ୍ୱାସ ବଢିଥାଏ।

ଐତିହାସିକ ମାନଙ୍କ ମତରେ ଏହି ପରମ୍ପରା ପ୍ରାୟ ୧୧୫ ବର୍ଷ ତଳର। ୧୯୦୨ ମସିହାରୁ ଏହି ପରମ୍ପରା ପ୍ରଚଳିତ। କୁହାଯାଏ ଏହି ନୃସିଂହ ବିଗ୍ରହଙ୍କୁ ବାଗଲି ରିୟାସତ ର ପଣ୍ଡିତ ବିହାରୀ ଦାସ ବୈଷ୍ଣବ ଚାରିଧାମ ତୀର୍ଥ ଯାତ୍ର କରାଇବା ପରେ ମଧ୍ୟ ପ୍ରଦେଶର ଏହି ପିପଲ୍ୟା ନାମକ ସହରରେ ପ୍ରତିଷ୍ଠା କରିଥିଲେ। ଭଗବାନ ଶ୍ରୀ ନୃସିଂହ ନାଥ ଙ୍କ ନିର୍ଦେଶରେ ଏହି ପରମ୍ପରା ଆରମ୍ଭ କରାଯାଇଥିଲା।

Comments are closed.