ଟ୍ୟାଙ୍କରକୁ ଧକ୍କା ଦେଲା ବସ୍, ୧୦ରୁ ଅଧିକ ଯାତ୍ରୀ ଆହତ

ବଲାଙ୍ଗୀର: ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି l ଏକ ଟେଙ୍କରକୁ ଯାତ୍ରୀବାହୀ ବସ ଧକ୍କା ଦେଇଛି। ବଲାଙ୍ଗୀରରୁ ବରଗଡ଼ ଯାଉଥିବା କୁମୁଦିନୀ ଯାତ୍ରୀ ବାହୀ ବସପଛ ପଟୁ ଧକ୍କା ଦେଇଛିl ଫଳରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତିl ଘଟଣାସ୍ଥଳରୁ ଆହତ ଯାତ୍ରୀଙ୍କୁ ଲୋଇସିଂହା ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି l ତେବେ ରାସ୍ତା କଡ଼ରେ ଥିବା ଟେଙ୍କରକୁ ଓଭର ଟେକ୍‌ କରିବା ସମୟରେ ଏପରି ଦୁର୍ଘଟଣା ଘଟିଛି l ତେବେ ଘଟଣାସ୍ଥଳରେ ଲୋଇସିଂହା ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଆହତମାନଙ୍କର ପ୍ରଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Comments are closed.