ବିଷାକ୍ତ ମଦ ଯୋଗୁଁ ରାଜ୍ୟରେ ୫୦ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ୱର- ରାଜ୍ୟରେ ବିଷାକ୍ତ ମଦ ପିଇବା ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ୨୦୧୯-୨୦ରେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲ୍ଲାର ୯ ଜଣ ପ୍ରାଣ ହରାଇଥିଲେ । ୨୦୧୧-୧୨ ମସିହାରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ କହିଛନ୍ତି । ଏ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଅବକାରୀ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ।

Comments are closed.