କୋରୋନା ମାମଲା ସାମାନ୍ୟ ହ୍ରାସ, ରାଜ୍ୟରେ ୮୭୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ସାମାନ୍ୟ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୭୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୨୩ ଜଣ ଶିଶୁ କିଶୋର ଅଛନ୍ତି। ସଙ୍ଗରୋଧରୁ ୫୧୨ ଓ ସ୍ଥାନୀୟ ଅଞ୍ଚଳରୁ ୩୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨, ସୁନ୍ଦରଗଡ଼ରୁ ୧୪୪ ଓ କଟକରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୫୯, ସୋନପୁରରୁ ୨୬, ସମ୍ବଲପୁରରୁ ୨୩, ନୟାଗଡ଼ ଓ ପୁରୀରୁ ୧୯ ଲେଖାଏଁ, ଜଗତସିଂହପୁରରୁ ୧୬, ଯାଜପୁର , ଝାରସୁଗୁଡ଼ା ଓ କୋରାପୁଟରୁ ୧୨ ଲେଖାଏଁ, ବୈ।ଦ୍ଧରୁ ୧୧, ବରଗଡ଼ରୁ ୯, ଗଞ୍ଜାମରୁ ୮, କେନ୍ଦ୍ରାପଡ଼ାରୁ ୮, ବାଲେଶ୍ଵରରୁ ୮, ବଲାଙ୍ଗୀରରୁ ୭, ନୂଆପଡ଼ାରୁ ୭, ରାୟଗଡ଼ାରୁ ୬, ଭଦ୍ରକରୁ ୬, କଳାହାଣ୍ଡି ଓ କନ୍ଧମାଳରୁ ୫ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪, ଗଜପତିରୁ ୩, ଦେବଗଡ଼ରୁ ୨, ଢେଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୬୧ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାର ୬୯୬ ରହିଛି ।

Comments are closed.