ମୌସୁମୀ ପ୍ରକୋପ : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଗଜପତି ନୂଆଗଡରେ ସର୍ବାଧିକ ୨୩୭ ମିଲିମିଟର

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଯାଏଁ ମିଳିଥିବା ତଥ୍ୟ ଅନୁସାରେ ଗଜପତି ଜିଲ୍ଲାର ନୂଆଗଡରେ ସର୍ବାଧିକ ୨୩୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଆର.ଉଦୟଗିରିରେ ୨୩୩.୪ ମିମି ବର୍ଷା ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅଞ୍ଚଳରେ ୨୧୦ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ୨୦୦ ମିମି ବର୍ଷା ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁତଳାରେ ୧୯୫ ମିମି, ଫୁଲବାଣୀରେ ୧୮୩.୪ ମିମି, ପୁରୀରେ ୧୫୮.୫ ମିମି, ନୟାଗଡର ନୂଆଗାଁରେ ୧୫୫ ମିମି ଓ ଓଡଗାଁରେ ୧୫୨.୧ ମିମି ବର୍ଷା ହୋଇଛି ।

Comments are closed.