ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର – ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ସମର୍ଥନ ଦେବ ବିଜେଡି। ଏ ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଧନକରଙ୍କୁ ସମର୍ଥନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ । ଶନିବାର ଏନଡିଏ ପକ୍ଷରୁ ଜଗଦୀପ ଧନକରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା ।

ଧନକରଙ୍କ ନାମାଙ୍କନ ବେଳେ ବିଜେଡି ପ୍ରତିନିଧି ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁଙ୍କୁ ମଧ୍ୟ ବିଜେଡି ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା ।

Comments are closed.