ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ନିଷ୍କାସନ ଆରମ୍ଭ ହୋଇଛି। ପ୍ରଥମେ ସପ୍ତମ ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ। ଏଥିପାଇଁ ପୂର୍ବାହ୍ନ ୯ଟାରୁ ସାଇରନ୍ ବାଜିବା ଆରମ୍ଭ କରିଥିଲା। ହୀରାକୁଦ ପଟରେ ସ୍ଲୁଇସ ଗେଟ୍ ନିକଟରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିବା ଆରମ୍ଭ ହୋଇଛି। ଏପଟେ ଜଳସ୍ତର ୬୧୩.୧୫ ଫୁଟରେ ପହଞ୍ଚିଛି। ହୀରାକୁଦକୁ ବର୍ତ୍ତମାନ ୧ଲକ୍ଷ ୨୦ ହଜାର ୨୧୫ କ୍ୟୁସେକ ଜଳ ପ୍ରବେଶ କରୁଛି। ଆଉ ଯେତିକି ଜଳ ପ୍ରବେଶ କରୁଛି ସମ ପରିମାଣର ଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏଥିରୁ ବାମ ପାର୍ଶ୍ବର ୩ଟି ଏବଂ ଡାହାଣ ପଟର ୨ଟି ଗେଟ୍ ଖୋଲାଯିବ। ଏହି ପାଣି ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି କରିବ। ତେଣୁ ନଦୀ ଭିତରକୁ ନ ଯିବାକୁ ତଳମୁଣ୍ଡର ସମସ୍ତ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.