ବୀମା କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ୧୨ ଘଣ୍ଟିଆ ବନ୍ଦ ଡ଼ାକରା

ବରଗଡ଼ ୧୮/୦୭: ବୀମା କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବରଗଡ଼ ଜିଲ୍ଲା ପଦ୍ମପୁରରେ ଚାଷୀମାନେ ବନ୍ଦ ପାଳନ କରିଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁସାରେ HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଉଲ୍ଲଙ୍ଘନ କରୁଛି । ଫଳରେ ଆଜି ସକାଳ ୬ଟା ରୁ ସନ୍ଧ୍ୟା ୬ ପ୍ରର୍ଯ୍ୟନ୍ତ ପଦ୍ମପୁର ସବଡିଭିନର ସମସ୍ତ ଅଫିସ, ରାସ୍ତା, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ା ସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି । ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଛନ୍ତି । ଏଣୁ ଉକ୍ତ ସମସ୍ୟାର ଗୁରୁତ୍ତ୍ୱତା ଓ ଚାଷୀମାନଙ୍କ ସ୍ୱାର୍ଥ ଲୋକଙ୍କ ମଧ୍ୟ ରହିଛି ।

Comments are closed.