ଟେଷ୍ଟିଂ ଓ ଟିକାକରଣ ଉପରେ ଫୋକସ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଆବଶ୍ୟକସ୍ଥଳେ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ପ୍ରଥମ ଓ ଦ୍ବିତୀୟ ଲହରର ଯେପରି ସଫଳ ମୁକାବିଲା କରାଯାଇଥିଲା, ଏବେ ସେହିଭଳି ପଦକ୍ଷେପ ନିଆଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ତଦାରଖ କରୁଛନ୍ତି। ଓଏମସିଏଲକୁ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ କୋଭିଡ୍ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Comments are closed.