ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ବୈଠକ ସକାଳ ୧୦ଟାରେ ବସିବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି। ବିଧାନସଭା ଅଧିବେଶନ ଯୋଗୁଁ ବୈଠକ ଦିନ ୧୦ଟାରେ ବସିବ । ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ ବୈଠକର ଏଜେଣ୍ଡା ସଂପର୍କରେ କିଛି ସୂଚନା ଦିଆଯାଇ ନାହିଁ। କୋରୋନା କଟକଣା ଯୋଗୁଁ ବୈଠକ ଭର୍ଚୁଆଲ ମୋଡରେ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭର୍ଚୁଆଲରେ ଯୋଡ଼ି ହେବେ । ଅନ୍ୟ ମନ୍ତ୍ରୀମାନେ ଲୋକସେବା ଭବନ ବା ନିଜ ଅଫିସରୁ ଭର୍ଚୁଆଲରେ ଯୋଡ଼ି ହେବେ । ବିଧାନସଭା ଚାଲିଥିବାରୁ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯିବ ନାହିଁ ।

Comments are closed.