ରୁଚିକା ଆତ୍ମହତ୍ୟା ଘଟଣାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର- ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ନାମକ ସଂଗଠନ । ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ବନ୍ଦ ଦୃଷ୍ଟିରୁ ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

କୌଣସି ସ୍ଥାନରେ ଯେପରି ଅଘଟଣ ନ ଘଟେ, ସେଥି ପାଇଁ ସତର୍କ ରହିବାକୁ ସବୁ ଏସ୍‌ପିଙ୍କୁ କୁହାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ କର୍ମଚାରୀ ୯ଟା ୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ କୁହାଯାଇଛି। ଆଜି କୌଣସି ବାହାରର ଲୋକଙ୍କୁ ଲୋକସେବା ଭବନକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ସେହିପରି ବିଧାନସଭା ଅଧିବେଶନ ଚାଲିଥିବାରୁ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Comments are closed.