୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଅନୁମୋଦନ ହୋଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାକୁ ଅବଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୯.୬୮ ଏକର ଜମି। ଖୋର୍ଦ୍ଧା ବରୁଣେଇ ଠାରେ ଏହି ଜମି ଯୋଗାଇ ଦିଆଯାଇଛି। ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଆଇଟି ପଲିସି -୨୦୨୨ରେ କ୍ୟାବିନେଟ୍ ମୋହର ବାଜିଛି।

Comments are closed.