କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କଲା ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର – କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ଆଡଭାଇଜରି ଜାରି କରିଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମହାନଗରର ଲୋକ ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପରିଧାନ କରିବେ । ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ।

ଦୋକାନୀମାନେ ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ମାସ୍କ, ନୋ ଗୁଡ୍ସ ଲେଖିବେ । ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଜରିମାନା ପଡ଼ିବ ।

Comments are closed.