୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ୨ ପିଲାଙ୍କ ପାଇଁ ଶତ ପ୍ରତିଶତ ସିଲାବସ

ଭୁବନେଶ୍ୱର-୨୦୨୨-୨୩ ଶିକ୍ଷା ବର୍ଷ ରେ ଶତ ପ୍ରତିଶତ ସିଲାବସ୍‌କୁ ନେଇ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଶତ ପ୍ରତିଶତ ସିଲାବସ ଲାଗୁ ହେବ। ହେଲେ ୨୦୨୨ରେ ଫେଲ୍ ପିଲାମାନେ ପୁରୁଣା ସିଲାବସ୍‌ରେ ଆସନ୍ତା ବର୍ଷ ପରୀକ୍ଷା ଦେବେ।

୨୦୨୩ ମସିହା ମାଟ୍ରିକ୍ ପରୀକ୍ଷା ପରେ ମଧ୍ୟ ପାସ କରିଥିବା ଛାତ୍ରଛାତ୍ରୀମାନେ ପୂରା ସିଲାବସ୍ ପଢ଼ି ପରୀକ୍ଷା ଦେବେ।

Comments are closed.