ରାଜ୍ୟରେ ୧୧ ଶହ ଟପିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର -ରାଜ୍ୟରେ ପୁଣି ବଢ଼ିଛି ଦୈନିକ କୋରୋନା ସଂକ୍ରମଣ। ୧୧ ଶହ ଟପିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୧୨୨ । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୮ ବର୍ଷରୁ କମ ବୟସର ୧୬୪ ଜଣ । ସଙ୍ଗରୋଧରୁ ୬୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭, ସୁନ୍ଦରଗଡ଼ରୁ ୧୯୭, କଟକରୁ ୧୩୨,ସମ୍ବଲପୁରରୁ ୬୫,ମୟୂରଭଞ୍ଜରୁ ୫୩,ସୋନପୁରରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁର ରୁ ୨୬, ଝାରସୁଗୁଡ଼ାରୁ ୨୫, ପୁରୀରୁ ୨୪, ଜଗତସିଂହପୁରରୁ ୨୦, ନୟାଗଡ଼ରୁ ୧୪, ନୂଆପଡ଼ା ଓ କଳାହାଣ୍ଡିରୁ ୧୩ ଲେଖାଏଁ, ବାଲେଶ୍ବର, ଭଦ୍ରକ ଓ ବଲାଙ୍ଗୀରରୁ ୧୨ ଲେଖାଏଁ, କେନ୍ଦ୍ରାପଡ଼ା ଓ ଗଜପତିରୁ ୧୧ ଲେଖାଏଁ, କେନ୍ଦୁଝରରୁ ୧୦, ରାୟଗଡ଼ାରୁ ୧୦, ବରଗଡ଼ରୁ ୮, ଦେବଗଡ଼ରୁ ୭, ନବରଙ୍ଗପୁରରୁ ୭,ବୈ।ଦ୍ଧରୁ ୬, କୋରାପୁଟରୁ ୬, କନ୍ଧମାଳରୁ ୩, ଢେଙ୍କାନାଳ ଓ ଗଞ୍ଜାମରୁ ୨ ଲେଖାଏଁ ଓ ଅନୁଗୁଳରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୭୧ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ସକ୍ରିୟ ମାମଲା ୬ ହଜାର ୭୦୧ ରହିଛି।

Comments are closed.