ଗଞ୍ଜାମ ଜିଲ୍ଲା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର: ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଚଳିତ ଜୁଲାଇ ୧୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ।

କୌଣସି କର୍ମଚାରୀ ନିଜ ସଦର ମହକୁମା ଛାଡି ଯାଇ ପାରିବେ ନାହିଁ । ଯଦି କୌଣସି କର୍ମଚାରୀଙ୍କର ନିହାତି ଛୁଟି ଆବଶ୍ୟକ ଥାଏ ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଛୁଟିରେ ଯାଇ ପାରିବେ ବୋଲି ଜିଲ୍ଲା ଜରୁରୀ କାଳୀନ ନିର୍ଦ୍ଦେଶ ନାମାରେ ଜଣାଇଛନ୍ତି ।

Comments are closed.