ରାଜଧାନୀର ତିନିଟି ସପିଂ ମଲରେ ଟିକାକରଣ କେନ୍ଦ୍ର

ଭୁବନେଶ୍ବର – ଭୁବନେଶ୍ୱର ମହାନଗର ନିଗମରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଭୁବନେଶ୍ୱରରେ ଟିକାଦାନ କେନ୍ଦ୍ର ୨୭ରୁ ୩୨କୁ ବୃଦ୍ଧି ହୋଇଛି। ଆସନ୍ତା କାଲିଠାରୁ ସପିଂ ମଲରେ ହେବ ଟିକାକରଣ କେନ୍ଦ୍ର। ପ୍ରଥମ ପର୍ଯ୍ଯାୟରେ ୩ଟି ସପିଂ ମଲରେ କେବଳ ୧୮ରୁ୫୯ ବୟସ ବର୍ଗଙ୍କ ପ୍ରିକସନ ଡୋଜ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡି. ଏନ ରେଗାଲିଆ ଓ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ଼ ମଲରେ ହେବ ଟିକାକେନ୍ଦ୍ର । ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧ଟା ଓ ଅପରାହ୍ଣ ୩ଟା ଠାରୁ ୫ଟା ପର୍ଯ୍ଯନ୍ତ ୩ଟି ସିଂ ମଲରେ ଟିକା ସୁବିଧା ଉପଲବ୍ଧ ହେବ। ପ୍ରିକସନ ଡୋଜ ଅନଲାଇନରେ ହେବ ସ୍ଲଟ ବୁକିଂ ଆରମ୍ଭ ହୋଇଯାଇଛି।

Comments are closed.