ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ : ରିଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଚୂଡାନ୍ତ ମୁକାବିଲା

ଲଣ୍ଡନ – ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ ପ୍ରକିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଓ ବୈଦେଶିକ ସଚିବ ଲିଜ୍ ଟ୍ରସଙ୍କ ମଧ୍ୟରେ ହେବ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁକାବିଲା । ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ବାଛିବେ ଶାସକ କଂଜରଭେଟିଭ ପାର୍ଟିର ସଦସ୍ୟ । ଆସନ୍ତା ସୋମବାର ଉଭୟ ପ୍ରାର୍ଥୀ ଏକ ବିବିସି ବିତର୍କରେ ଭାଗ ନେବେ ।

ଗତକାଲି ଅନୁଷ୍ଠିତ ୫ମ ପର୍ଯ୍ୟାୟ ଭୋଟିଂରେ ସୁନକ ସର୍ବାଧିକ ଭୋଟ୍ ପାଇଥିଲେ । ତାଙ୍କୁ ୧୩୭ ଜଣ ସାଂସଦଙ୍କ ଭୋଟ ମିଳିଥିବାବେଳେ ଟ୍ରସଙ୍କୁ ୧୧୩ ଜଣ ସାଂସଦଙ୍କ ଭୋଟ ମିଳିଥିଲା । ରିଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ରିଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ । ସେପ୍ଟେମ୍ବର ୫ରେ ଫଳାଫଳ ଘୋଷଣା ହେବ। ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ ଇସ୍ତଫା ଦେବା ପରେ କଞ୍ଜରଭେଟିଭ ପାର୍ଟିର ନୂଆ ନେତା ନିର୍ବାଚନ ଜରୁରୀ ହୋଇଛି ।

Comments are closed.