ସଂକ୍ରମଣର ଉପରମୁହାଁ ଗତି ଜାରି : ୧୧୭୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଲଗାତର ତୃତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ୧୧ ଶହ ଉପରେ ରହିଛି। ଚିହ୍ନଟ ହୋଇଛନ୍ତି ୧୧୭୮ ପଜିଟିଭ । ସଙ୍ଗରୋଧରୁ ୬୯୦ ଓ ସ୍ଥାନୀୟ ଅଞ୍ଚଳରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୪୬ ଜଣ ଚିହ୍ନଟ ହୋଇଛନ୍ତି ‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨, ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୯୪, କଟକରୁ ୧୦୪, ସମ୍ବଲପୁରରୁ ୧୧୧, ମୟୂରଭଞ୍ଜରୁ ୯୭, ଯାଜପୁରରୁ ୩୪, କଳାହାଣ୍ଡିରୁ ୩୨, ବରଗଡ଼ରୁ ୩୧,ନୟାଗଡ଼ରୁ ୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାୟଗଡ଼ାରୁ ୨୩, ପୁରୀରୁ ୨୦, ବୈ।ଦ୍ଧରୁ ୧୯, ସୋନପୁରରୁ ୧୮, ବାଲେଶ୍ଵରରୁ ୧୮, ଝାରସୁଗୁଡ଼ାରୁ ୧୭, କେନ୍ଦ୍ରାପଡ଼ା, କନ୍ଧମାଳ, କୋରାପୁଟ ଓ ନୂଆପଡ଼ାରୁ ୧୩ ଲେଖାଏଁ, କେନ୍ଦୁଝରରୁ ୧୨, ବଲାଙ୍ଗୀରରୁ ୧୧, ଭଦ୍ରକରୁ ୧୦, ଦେବଗଡ଼ରୁ ୧୦, ନବରଙ୍ଗପୁରରୁ ୯, ଜଗତସିଂହପୁରରୁ ୮, ଗଜପତିରୁ ୪, ଅନୁଗୁଳରୁ ୩, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୫୭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ସକ୍ରିୟ ମାମଲା ୭ ହଜାର ୨୪୫କୁ ବୃଦ୍ଧି ପାଇଛି।

Comments are closed.