ବିଧାୟକ ମୋକିମଙ୍କୁ ପିସିସି ସଭାପତିଙ୍କ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର – କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତି ନ ମାନି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ ମୋକିମ । ନିଜ ବିବେକର କଥା ଶୁଣି ଦଳର ନିଷ୍ପତ୍ତି ଅପେକ୍ଷା ମାଟିର ଝିଅ ମୁର୍ମୁଙ୍କୁ ଭୋଟ ଦେଇଥିବା କହିଥିଲେ ମୋକିମ । ଏ ନେଇ ମୋକିମଙ୍କୁ କଂଗ୍ରେସର ନେତାମାନେ ତୀବ୍ର ସମାଲୋଚନା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Comments are closed.