ସମିତିସଭ୍ୟା ସ୍ଵାମୀଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଛତିଶଗଡରୁ ଗିରଫ

ବଲାଙ୍ଗୀର ୨୨/୦୭: ବେଲପଡା ବ୍ଲକ ବାଗଦୋର ପଂଚାୟତର ସମିତିସଭ୍ୟା ବନିତା ବିଶ୍ୱାଳଙ୍କ ସ୍ଵାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣକ ପଦ୍ମପୁରର ନରେଶ ସାହୁ । ତାକୁ ବେଲପଡା ପୋଲିସ ଛତିଶଗଡରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏନେଇ ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ମାର୍ଚ୍ଚ ମାସ ୨୮ତାରିଖ ରାତ୍ରୀ ଭୋଜନ ସାରି ଲୋକନାଥ ନିଜ ଘରେ ଏକ ଚୌକିରେ ବସିଥିବା ବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଛାତିରେ ବନ୍ଧୁକ ଲଗାଇ ଆଖିବୁଜା ଗୁଳି ଚଳାଇ ଫେରାର ମାରିଥିଲେ ।

ମୁଖ୍ୟ ଅଭିଯୁକ୍ତ ନରେଶ ସାହୁ କୌଣସି ମତେ ଫେରାର ମାରିଥିଲା । ସେହି ଦିନଠାରୁ ନରେଶକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲା । ପରେ ରାୟପୁର ନିକଟବର୍ତ୍ତି ସିଲତରାଠାରେ କୌଣସି ଏକ କମ୍ପାନୀରେ କାମ କରୁଥିବା ଖବର ପାଇ ବେଲପଡା ଥାନାଧିକାରୀ ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗତକାଲି ଚଢଉ କରି ନରେଶକୁ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୪ ଜୀବନ୍ତ ଗୁଳିକୁ ମିଶାଇ ୫ଟି ଗୁଳି ଜବତ କରିଛି।

Comments are closed.