ରାଜ୍ୟ ହେଲଥ କେୟାର ସିଷ୍ଟମରେ ୫୧୦ ନୂଆ ନିଯୁକ୍ତି

ଭୁବନେଶ୍ୱର – ରାଜ୍ୟ ହେଲ୍‌ଥ କେୟାର ସିଷ୍ଟମରେ ୫୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୩୫୮ ଏଲୋପାଥି, ୧୧୬ ହୋମିଓପାଥି ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିଥିବା ବେଳେ ୩୬ ହୋମିଓପାଥି ଅଧ୍ୟାପକଙ୍କୁ ବି ନିଯୁକ୍ତି ଦିଆଯାଇଛି । ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ୩ ବର୍ଷ ଧରି ରାଜ୍ୟର ସ୍ବାସ୍ଥ୍ୟ ବଜେଟ ଦୁଇ ଗୁଣା ହେଉଛି ।

ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାକୁ ମିଶନ ଭାବେ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.