ରାଜ୍ୟରେ ଆଉ ୧୧୩୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧୩୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୪୩ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି। ସଙ୍ଗରୋଧରୁ ୬୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୫, ଖୋର୍ଦ୍ଧା ଜିଲ୍ଲାରୁ ୨୦୯, କଟକରୁ ୧୧୧, ସମ୍ବଲପୁରରୁ ୧୦୬, ମୟୂରଭଞ୍ଜରୁ ୯୩, ଯାଜପୁରରରୁ ୩୬, ନୟାଗଡ଼ରୁ ୩୩, ବାଲେଶ୍ଵରରୁ ୨୫, ଝାରସୁଗୁଡ଼ାରୁ ୨୫, ବରଗଡ଼ରୁ ୨୩, କେନ୍ଦ୍ରାପଡ଼ାରୁ ୧୮, ସୋନପୁରରୁ ୧୮, ବଲାଙ୍ଗୀରରୁ ୧୭, କନ୍ଧମାଳରୁ ୧୭, ନୂଆପଡ଼ାରୁ ୧୬, ଭଦ୍ରକରୁ ୧୪, ପୁରୀରୁ ୧୪, ରାୟଗଡ଼ାରୁ ୧୪, କେନ୍ଦୁଝରରୁ ୧୧, କୋରାପୁଟରୁ ୧୧, ଜଗତସିଂହପୁରରୁ ୧୦, କଳାହାଣ୍ଡିରୁ ୯, ନବରଙ୍ଗପୁରରୁ ୯, ଗଜପତିରୁ ୫, ଗଞ୍ଜାମରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୩, ଅନୁଗୁଳରୁ ୨, ବୈ।ଦ୍ଧରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୪୭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୭ ହଜାର ୩୪୫ ରହିଛି।

Comments are closed.