ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଲେ ବାବୁସାନଙ୍କ ସ୍ତ୍ରୀ

ଭୁବନେଶ୍ବର – ଅଭିନେତା ବାବୁସାନ, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଭାଇରାଲ ହେଲା ପରେ ଗଣମାଧ୍ୟମରେ ଏହି ଘଟଣା ମୁଖ୍ୟ ଖବର ହେଇଛି ।

ଏହି ଘଟଣା ପରେ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ସେମାନେ ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶା କରୁଥିବା କହିଛନ୍ତି ମନ୍ମଥ । ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ ବୋଲି ସେ କହିଛନ୍ତି। ଏହାପରେ ସନ୍ଧ୍ୟାରେ ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ଥାନାରେ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି।ତେବେ ଖାରବେଳ ନଗର ଥାନା ଅଧିକାରୀ କହିଛନ୍ତି ଯେ ୨ଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ବର୍ତ୍ତମାନ ତୃପ୍ତିଙ୍କ ସହ ଅନ୍ୟମାନଙ୍କର ବୟାନ ରେକର୍ଡ ହୋଇଛି । ବୟାନ ରେକର୍ଡ ପରେ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.