ବାବୁସାନ କୁସଙ୍ଗରେ ପଡ଼ି ବାଟ ହୁଡିଛି : ଅପରାଜିତା

ଭୁବନେଶ୍ୱର- ଅଭିନେତା ବାବୁସାନ ମହାନ୍ତି ଓ ତୃପ୍ତିଙ୍କ ପାରିବାରିକ କଳହ ମାମଲାରେ ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ଅପରାଜିତା ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । କୋହଭରା କଣ୍ଠରେ ବାବୁସାନଙ୍କୁ ନିଜର ସ୍ତ୍ରୀ, ପୁଅ, ଓ ବାପା, ମା’ଙ୍କ ନିକଟକୁ ଫେରିଆସିବାକୁ କହିଛନ୍ତି । ବାବୁସାନ ଆଗରୁ ଏମିତି ନଥିଲା । କୁସଙ୍ଗରେ ପଡି ଖରାପ ହୋଯାଇଥିବା କହିଛନ୍ତି ମାଆ ଅପରାଜିତା । ସେ ଆହୁରି କହିଛନ୍ତି ଯେ, ବାବୁସାନଙ୍କ ନିକଟକୁ ଧମକର ଫୋନ୍‌ ଆସୁଥିଲା । ବାବୁସାନ ବହୁତ ଭଲପିଲା ଓ ସ୍ନେହୀ । ଅପରାଜିତା କହିଛନ୍ତି, ଜଣେ ପ୍ରକୃତ ବନ୍ଧୁ ଅନ୍ୟ ଜଣେ ବନ୍ଧୁର କେବେ ବି ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କରୋନା ସମୟରେ ବାବୁସାନ କୁସଙ୍ଗରେ ପଡ଼ି ଘରଠାରୁ ଦୂରେଇ ରହିଥିଲା ବୋଲି ଅପରାଜିତା କହିଛନ୍ତି ।

Comments are closed.