ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା : ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ

ବରଗଡ଼ : ବରଗଡ଼ ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାର ପ୍ରତିବାଦକୁ ନେଇ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ ହୋଇଥିଲା । ମୃତ ଛାତ୍ର ଜଣକ ବରଗଡ଼ ପଧାନପାଲି ଉମେଶ ସାହୁଙ୍କ ପୁଅ ପ୍ରଥମ ଶ୍ରେଣୀର ଆଦିତ୍ୟରାଜ ସାହୁ ।

ସୂଚନା ମତେ ଗତ ୨୦ ତାରିଖରେ ସ୍କୁଲରେ ଖେଳ ପିରିୟଡରେ ଖେଳୁଥିବା ସମୟରେ ପଡିଯାଇ ଆଦିତ୍ୟ ସାହୁଙ୍କ ମୁଣ୍ଡ ଫାଟିଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୨ ତାରିଖରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନପାଲି ନିବାସୀ ଆଦିତ୍ୟଙ୍କ ବାପା ଉମେଶ ଚନ୍ଦ୍ର ସାହୁ ଓ ମା’ ନିବେଦିତା ସାହୁ । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ ସମ୍ପୃକ୍ତ ଖେଳ ଶିକ୍ଷୟିତ୍ରୀ ଓ ସ୍କୁଲ ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିବା ବେଳେ ଭବିଷ୍ୟତରେ କୌଣସି ଏଭଳି ଘଟଣାର ପୁନରାବୃତ୍ତି ନଘଟୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।

Comments are closed.