ରାଜ୍ୟରେ ଆଉ ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା ହେବ : ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ

ଭୁବନେଶ୍ବର – ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ବିଧାନସଭାରେ ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୃହରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଜବାବ ଦେଇ ଖଣି ମନ୍ତ୍ରୀ କହିଛନ୍ତି ଯେ, ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ଟି କାରଖାନା। ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ରାଜ୍ୟରେ ବର୍ତ୍ତମାନ ୫୧ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକରୁ ବାର୍ଷିକ ଉତ୍ପାଦନ କ୍ଷମତା ୩୩.୧୨ ମିଲିୟନ ଟନ୍‌।

Comments are closed.