ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟା

ନୂଆଦିଲ୍ଲୀ – ଆଜିଠୁ ୫-ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରକ୍ରିୟା ଆରମ୍ଭ ହେଉଛି । ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଓ ବିଏସ୍ଏନ୍ଏଲ ପରି ୪ଟି କମ୍ପାନୀ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ । ପୂର୍ବରୁ ଫାଇଭ୍-ଜି’ର ସଫଳ ପରୀକ୍ଷା କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଫାଇଭ୍-ଜି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି । ୫-ଜି ଲାଗୁ ହେବା ପରେ ଅନଲାଇନ୍ ସେବା ଆହୁରି ତ୍ୱରାନ୍ୱିତ ହେବ ।ଭିଡିଓ ଡାଉନଲୋଡ ଖୁବ ଶୀଘ୍ର ହୋଇପାରିବ । କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଫାଇଭ୍-ଜିକୁ ବ୍ୟବହାର କରାଯାଇ ପାରିବ । ଘରୋଇ ଟେଲିକମ୍ କମ୍ପାନୀମାନେ ମଧ୍ୟ ଫାଇଭ୍-ଜି ନେଇ ପରୀକ୍ଷଣ କରୁଛନ୍ତି । ବିଶ୍ୱର ଅନେକ ନାମୀଦାମୀ କମ୍ପାନୀ ମଧ୍ୟ ଫାଇଭ୍-ଜିର ପରୀକ୍ଷା କରୁଛନ୍ତି ।

Comments are closed.