ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୀନାପାଲି ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକଙ୍କ ନାମ ଲକ୍ଷ୍ମଣ ମାଝୀ(୧୨) । ସେ ଆଜି ସନ୍ଧ୍ୟା ସମୟରେ ନିଜ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଗାଁ ଦାଣ୍ଡରେ ଜଣଙ୍କ ଘର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ତାଙ୍କ ଦେହର ପ୍ରାୟ ୭୦ ଭାଗ ପୋଡି ଯାଇଛି । ତାଙ୍କୁ ପରିବାର ଲୋକେ ପ୍ରଥମେ ଟିଟିଲାଗଡ଼ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକଲ କଲେଜରେ ଭର୍ତ୍ତି କରିଛନ୍ତି ।

Comments are closed.