ଶୁକୁଲିପାହାରରେ ଅଜଣା ରୋଗ, ନବ ଜନ୍ମିତ ଶିଶୁ ମୃତ ସମେତ ୫ ଗୁରୁତର

ବରଗଡ : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଅନ୍ତର୍ଗତ ଶୁକୁଲିପାହାର ଗାଁରେ ଅଜଣା ରୋଗରେ ଅସୁସ୍ଥ ହୋଇ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲ, ଦୁଇ ଜଣଙ୍କୁ ପଦ୍ମପୁର ଚିକିତ୍ସାଳୟ ଓ ଜଣଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୩ ମାସର ଶିଶୁର ମୃତ୍ୟୁ ଘଟିଥିବା କୁହାଯାଉଛି ।

ରୋଗୀମାନଙ୍କ ଠାରେ ପ୍ରଥମେ ଜ୍ଵର ଓ ଦେହ ହାତ ବ୍ୟଥା, ମୁଣ୍ଡ ବୁଲେଇବା ପରି ଲକ୍ଷଣ ଥିବା ଜଣାପଡ଼ିଛି । ତେବେ ଘଟଣା ବିଷୟରେ ଜାଣିବା ପରେ ଡାକ୍ତରୀ ଟିମ୍ ଉକ୍ତ ଗାଁରେ ପହଂଚିଥିବା ସୂଚନା ମିଳିଛି ।

Comments are closed.