ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ୨୦୨୨ର ଫଳ। ଦିନ ସାଢ଼େ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in. ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଏଥର ୫୭,୯୧୮ ଜଣ ଛାତ୍ରଛାତ୍ରୀ ଓଜେଇଇ ଦେଇଥିଲେ ।ଯାହା ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୩୦ଟି ଜିଲ୍ଲା ୬୧ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ଏହାବାଦ୍‌ କୋଲକାତା, ରାଞ୍ଚି ଓ ପାଟଣାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା।

Comments are closed.