ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର – ପ୍ରକାଶ ପାଇଲା ଓଜେଇଇ ଫଳ । ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ।

ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ଏମସିଏରେ ଇଶାନ୍ତ କୁମାର ନାୟକ ଟପ୍ପର ହୋଇଛନ୍ତି । ସେହିଭଳି ବି. ଫାର୍ମାରେ ଅରୂପ କୁମାର ପଣ୍ଡା, ଏମ. ଫାର୍ମାରେ ସଚିନ ନାୟକ, ଏମ .ଟେକ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ୍ ଅଧିକାରୀ, କମ୍ପ୍ୟୁଟର ଇଞ୍ଜିନିୟରିଂ ଓ ଆଇଟିରେ ଏସ୍. ସଞ୍ଜୀବ କୁମାର, ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର, କେମିକାଲ ଇଞ୍ଜିନିୟରିଂରେ ହରିୟାଲି ବେହେରା, ବାୟୋ ଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଓ ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଜ୍ୟୋତି ପ୍ରକାଶ ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି ।
ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in. ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଏଥର ୫୭,୯୧୮ ଜଣ ଛାତ୍ରଛାତ୍ରୀ ଓଜେଇଇ ଦେଇଥିଲେ । ଯାହା ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୩୦ଟି ଜିଲ୍ଲା ୬୧ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା। ଏହାବାଦ୍‌ କୋଲକାତା, ରାଞ୍ଚି ଓ ପାଟଣାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା।

Comments are closed.