ଅଗଷ୍ଟ ୧ରେ ସମ୍ବଲପୁରୀ ଦିବସ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବରଗଡ଼: ଆସନ୍ତା ଅଗଷ୍ଟ ୧ରେ ପାଳନ ହେବ ସମ୍ବଲପୁରୀ ଦିବସ। ଗୁରୁ ସ୍ବର୍ଗତଃ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମବାର୍ଷିକୀରେ ଏହା ପାଳନ କରାଯିବ। ତେବେ ଏହି ଦିବସରେ ଗୁରୁ ସ୍ବର୍ଗତଃ ବହିଦାରଙ୍କୁ ସମ୍ମାନ ଜଣାଇବା ସହିତ ଅଞ୍ଚଳର ସଂସ୍କୃତିର ପରିଚୟ ପ୍ରତିପାଦନ କରିବା ପାଇଁ ଜିଲା ପ୍ରଶାସନ ଅଧିନରେ କାର୍ଯ୍ୟରତ ସମସ୍ତ ଅଧିକାରୀ, କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରାମର୍ଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ (ସଂସ୍କୃତି ବିଭାଗ)ର ପତ୍ରସଂଖ୍ୟା -୧୨୭।ତା-୨୭।୭।୨୨ରିଖରେ ଏହା ଉଲ୍ଲେଖ ରହିଛି। ଏଥିପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.