ରୋଗ ଅନୁଯାୟୀ ଦିଆଗଲା ଇଞ୍ଜେକ୍ସନ, କିନ୍ତୁ ରୋଗୀ ହେଲେ ଅଧିକ ଅସୁସ୍ଥ !

ବ୍ରହ୍ମପୁର – ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଅଭାବନୀୟ ଘଟଣା। ରୋଗକୁ ଦେଖି ରୋଗୀଙ୍କୁ ଇଞ୍ଜେକସନ ଦିଆଗଲା । କିନ୍ତୁ ଭଲ ହେବା ପରିବର୍ତ୍ତେ ଆହୁରି ଅସୁସ୍ଥ ହୋଇଗଲେ ୨୧ ଜଣ ରୋଗୀ। ଅବସ୍ଥା ଗୁରୁତର ହେବାରୁ ଅଧା ରୋଗୀଙ୍କୁ ଏବେ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଏମକେସିଜିର ମେଡିସିନ ୱାର୍ଡ ୧ନଂ ୟୁନିଟରେ ଘଟିଛି ଏହି ଅଘଟଣ।

ଆଜି ସକାଳେ ରୁଟିନ ଚେକଅପ୍‌ କରାଯାଇ ସବୁ ରୋଗୀଙ୍କୁ ଆଣ୍ଟିବାୟୋଟିକ, ଗ୍ୟାଷ୍ଟିକ ଓ ବାନ୍ତି ଇଞ୍ଜେକସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ୨୧ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ସେମାନେ ଥରିବାକୁ ଲାଗିଲେ ବୋଲି ଅଭିଯୋଗ ହୋଇଛି।ଏନେଇ ରୋଗୀଙ୍କ ସମ୍ପର୍କୀୟ ଅଧିକାରୀଙ୍କୁ ଜଣାଇବାରୁ ପୁଣି ଥରେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ୨୧ ଜଣଙ୍କ ମଧ୍ୟରୁ ୧୨ରୁ ଅଧିକ ଜଣଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଛି।

ରୋଗ ଅନୁଯାୟୀ ଇଞ୍ଜେକସନ ଦିଆଯାଇଥିବା ବେଳେ ହଠାତ୍‌ ଏପରି କାହିଁକି ହେଲା ତାହାର ତଦନ୍ତ କରାଯାଉଛି ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

Comments are closed.