ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି , ଏସସବିରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର – ମଙ୍କିପକ୍ସ ଲକ୍ଷଣ ଦେଖାଗାଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀ ଏବଂ ଏଏନଏମ କର୍ମୀଙ୍କୁ ଲକ୍ଷଣ ଆସିଲେ ଖବର ଦେଇପାରିବେ। ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରହିବାକୁ ହେବ । ଯଦି ଜ୍ଵର ହେଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡ ଆଗ ଜାଗାରେ ଘା ହୋଇ ଫୋଟକା ହୁଏ, ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ସହ ନିଜକୁ ଅଲଗା ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ରାଜ୍ୟରେ ମୁଖ୍ୟ ହସ୍ପିଟାଲ ମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି। ଗୁରୁତର ରୋଗୀମାନଙ୍କ ଳ ପାଇଁ ଆଇସିୟୁ ବେଡ଼ ରଖାଯାଇଛି। ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଣ୍ଟ ଆବଶ୍ୟକ ପଡ଼ିଲେ ଅଲଗା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି।

ମଙ୍କିପକ୍ସର ମୁକାବିଲା ପାଇଁ କଟକ ଏସସିବି ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଗଠନ କରାଯାଇଛି ସ୍ବତନ୍ତ୍ର ଟିମ୍। ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

Comments are closed.