ଇକୋ ଟୁରିଜିମ ଶିଳ୍ପକୁ ସମସ୍ତ ସହାୟତା ଦିଆଯିବ : ରାଜ୍ୟ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର – ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା ଇକୋ ଟୁରିଜିମ ସମ୍ପର୍କିତ କୌଣସି ପ୍ରକଳ୍ପ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କୁ ଉତ୍ସାହିତ କରନ୍ତୁ। ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପ ମନ୍ତ୍ରୀ କହିଛନ୍ତି କୌଣସି ସ୍ଥାନରେ ଯଦି କେହି ଇକୋ ଟୁରିଜିମ ପାଇଁ କୌଣସି ଇକୋ ରିସୋର୍ଟ ଆଦି ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ସେମାନଙ୍କୁ ପ୍ରଥମେ ସେମାନଙ୍କର ଯୋଜନା ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ପଡିବ। ପ୍ରକଳ୍ପର ବ୍ୟୟ ଅଟକଳ ଏବଂ କେତେ ଲୋକଙ୍କୁ ରୋଜଗାର ମିଳିବ ସେ ସବୁ ସେଥିରେ ଉଲ୍ଲେଖ ରହିବା ଆବଶ୍ୟକ। ବିଭାଗ ଏହାକୁ ତର୍ଜମା କରିବା ପରେ ଯଦି ପ୍ରକଳ୍ପର ମୂଲ୍ୟ ୫୦ କୋଟିରୁ ଅଧିକ ହୋଇଥିବ ତେବେ ତାହାକୁ ସିଙ୍ଗଲ ୱିଣ୍ଡୋରେ ଓ ୫୦ କୋଟିରୁ କମ୍ ହୋଇଥିଲେ ଜିଲ୍ଲାପାଳଙ୍କ ନିକଟରେ ଅନୁମୋଦନ ଦିଆଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.