ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର – ସ୍କୁଲ ପିଲାମାନେ ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ । ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟବସ୍ତୁ ସାମିଲ କରାଯାଇଛି। ଭୂଗୋଳ ଓ ଜୀବ ବିଜ୍ଞାନ ପୁସ୍ତକରେ ରହିବ ନୂଆ ବିଷୟବସ୍ତୁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ଜାରି ହୋଇଛି।

Comments are closed.