ବରଗଡ଼ରେ ସମ୍ବଲପୁରୀ ଦିନ ପାଳନ

ବରଗଡ଼: ଆଜି ସାରା ପଶ୍ଚିମ ଓଡିଶାରେ ପାଳନ ହେଉଛି ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମ ଦିନକୁ ଏହି ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଉଛି । ସମ୍ବଲପୁରୀ କପଡା ପିନ୍ଧିବା ସହ ସମ୍ବଲପୁରୀ ନୃତ୍ୟ ଗୀତର ଆସର ଜମୁଛି ।

ସେହିପରି ବରଗଡ଼ ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନ ପଶ୍ଚିମ ଓଡିଶା ଯୁବା ମଞ୍ଚ ( ୟୋମ୍ ) ତରଫରୁ ଏହି ଦିନକୁ ନିରାଆ ଭାବେ ପାଳନ କରାଯାଇଛି । ୟୋମ୍ କର୍ମକର୍ତ୍ତାମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରିବା ପରେ ଗାନ୍ଧୀଛକ୍ ଦେଇ ବାନ୍ଧୁ ଟିକରା ଓ ପରେ ବୀର ଛକ୍ ପର୍ଯ୍ୟନ୍ତ ପାରମ୍ପରିକ ବାଜା ବଜାଇ ରାଲିରେ ବାହାରିଥିଲେ । ସମ୍ବଲପୁରୀ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ହିଁ ଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ଅତୁଳ ମେହେର, ଦେବେନ୍ଦ୍ର ପଟେଲ, ସୌମ୍ୟଜିତ ମିଶ୍ର, ଯତୀନ ନାୟକ, ସତ୍ୟମ ପୃଷ୍ଟି, ହରିସ ସାହୁ, ରାଜେଶ ମେହେରଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ଥିଲେ ।

ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲାପାଳ ମଧ୍ୟ ଏହି ଦିନକୁ ପାଳନ କରିବା ପାଇଁ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦେଶନାମା ଜାରି କରିଥିଲେ ।

Comments are closed.