ଲଗାତର ଦ୍ୱିତୀୟ ଦିନ ହଜାରେ ତଳେ ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର – ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୪୧ ନୂଆ ପଜିଟିଭ । ଏମାନଙ୍କ ମଧ୍ୟରେ ୧୩୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୪୩୩ ଓ ସ୍ଥାନୀୟ ଅଞ୍ଚଳରୁ ୩୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୭୬, ଖୋର୍ଦ୍ଧାରୁ ୧୪୦, ସମ୍ବଲପୁରରୁ ୪୧, ମୟୂରଭଞ୍ଜରୁ ୫୯ , କଟକରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୩, ବାଲେଶ୍ଵରରୁ୧୨ , ବରଗଡ଼ରୁ ୧୭,ଭଦ୍ରକରୁ ୧୨ , ବଲାଙ୍ଗୀରରୁ ୨୮ , ବୈ।ଦ୍ଧରୁ ୬ , ଦେବଗଡ଼ରୁ୯ , ଢେଙ୍କାନାଳରୁ ୨ , ଗଜପତିରୁ ୫ , ଗଞ୍ଜାମରୁ ୬, ଜଗତସିଂହପୁରରୁ , ଯାଜପୁରରୁ ୫, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬ , କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୫, କୋରାପୁଟରୁ ୧୬, ନବରଙ୍ଗପୁରରୁ ୧୧,ନୟାଗଡ଼ରୁ ୮, ନୂଆପଡ଼ାରୁ ୧୬ , ପୁରୀରୁ ୨, ରାୟଗଡ଼ାରୁ ୧୦,ସୋନପୁରରୁ ୨୦, ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୬ ହଜାର ୬୧୬ ସକ୍ରିୟ ମାମଲା ରହିଛି ।

Comments are closed.