ସମ୍ବଲପୁର ବରେଇପାଲିରେ ସ୍ତନ୍ୟପାନ ସପ୍ତାହ ପାଳନ

ସମ୍ବଲପୁର:ଗତକାଲି ଠାରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପି ସ୍ତନ୍ୟପାନ ସପ୍ତାହ ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରେଇପାଲି ଅଙ୍ଗନୱାଡି କେନ୍ଦ୍ର ଠାରେ ପାଳିତ ହୋଇଯାଇଛି ।

ଆଜି ଆୟୋଜିତ ମମତା ଦିବସ ଅବସରରେ ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ତନ୍ୟପାନ ଦ୍ୱାରା ମାଁ ଓ ଶିଶୁର ଇପକାରୀତା ସଂପର୍କରେ ବୁଝାଇ ୬ ମାସ କେବଳ ସ୍ତନ୍ୟପାନ ଓ ୬ ମାସ ପରେ ୩ ବର୍ଷ ପର୍ଯ୍ୟନ୍ତ ଘରୋଇ ଖାଦ୍ୟ ଦେବାକୁ ଡା.ରାଜାରାମ ଷଡ଼ଙ୍ଗୀ ବୁଝାଇ ଏହା ଦ୍ୱାରା ଶିଶୁର ଶାରୀରିକ,ମାନସିକ ଓ ବୌଦ୍ଧିକ ଶକ୍ତିର ବିକାଶ ହୋଇଥାଏ ବୋଲି ସନ୍ୟପାନ ସପ୍ତାହ ପାଳନର ଗୁରୁତ୍ୱ ବିଷୟରେ ସମସ୍ତେ ସଚେତନ ହେବାକୁ କହିଥିଲେ । ଏଥିରେ ୟୁଏମଏଚୟୁ ଏଏନଏମ ସହିତ ସ୍ଥାନୀୟ ଏଏନଏମ, ଆଶା, ଅଙ୍ଗନୱାଡି କର୍ମୀ ପ୍ରମୂଖ ଯୋଗଦେଇ ଥିଲେ ।

Comments are closed.