ବ୍ରହ୍ମପୁର – ଗଞ୍ଜାମ ପୋଡମପେଟା ଗାଁ ରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ। ପ୍ରଭାବିତ ଗ୍ରାମବାସୀଙ୍କ ପାଇଁ ଆଦର୍ଶ କଲୋନୀ ସ୍ଥାପନ ପାଇଁ ଯୋଜନା କରୁଛି ପ୍ରଶାସନ। ଏ ନେଇ ଏକ ଟେକ୍ନିକାଲ ଏକ୍ସପର୍ଟ ଟିମ ଗଠନ କରାଯାଇଛି । ବର୍ତ୍ତମାନ ପ୍ରଭାବିତ ଗାଁ ଲୋକଙ୍କୁ ଓଡିଆରପି କଲୋନୀକୁ ସ୍ଥାନାନ୍ତର କରାଯିବ । ଅନ୍ୟ ଗାଁର ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା କହିଛନ୍ତି।
Comments are closed.