ରାଜ୍ୟଗୋଷ୍ଠୀ କ୍ରୀଡା: ପୁରୁଷ ଟିମ ଟେବୁଲ୍ ଟେନିସରେ ଭାରତକୁ ସ୍ୱର୍ଣ୍ଣ

ବର୍ମିଂହାମ- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ଟେବୁଲ ଟେନିସ ଟିମ୍‌ ଇଭେଣ୍ଟ ଫାଇନାଲରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ଦଳ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଏହା ହେଉଛି ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ। ପୂର୍ବରୁ ଲନ ବଲ ୱମେନ ଫୋରସରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଭାରତୀୟ ପୁରୁଷ ଟେବୁଲ ଟେନିସ ଦଳ ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି । ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ଭାରତୀୟ ଟେବୁଲ୍ ଟେନିସ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା।

Comments are closed.