ଘରର ମୁଖ୍ୟ ଦ୍ଵାରରେ ଏହି ସବୁ ଲକ୍ଷଣ ଥିଲେ ମାଡି ଆସେ ଦାରିଦ୍ର୍ୟତା-

ଘରର ବାସ୍ତୁ ଦୋଷ କାରଣରୁ ବହୁତ ବିପଦ ଆସିଥାଏ । ଘର ତିଆରି ସମୟରେ ସମସ୍ତେ ନିଜ ପସନ୍ଦ ଅନୁସାରେ ଘର ତିଆରି କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣ ନିଜ ପସନ୍ଦକୁ ଦୃଷ୍ଟିରେ ରଖି ଅଜାଣତରେ ବହୁତ ବଡ ଭୁଲ କରିଥାନ୍ତି । ଘର ତିଆରି କରି ତାକୁ ପୁଣି ଥରେ ଭାଙ୍ଗି ତିଆରି କରିବା ଆପଣଙ୍କ ପାଇଁ କଷ୍ଟ ହେଇଥାଏ । କିନ୍ତୁ ଯଦି ଆପଣ ବୁଝି ବିଚାରୀ ଘର ତିଆରି କରିଥାନ୍ତି ତେବେ କୌଣସି ବିପତି ଆସିନଥାଏ । ଆନନ୍ଦରେ ଆପଣଙ୍କ ପାରିବାରିକ ଜୀବନ ବିତିଥାଏ । ଆସନ୍ତୁ ଏବେ ଜାଣିବା ଯଦି ଘରର ଦୁଆର ମୁହଁରେ ଥିବା କବାଟରେ ଏହି ଲକ୍ଷଣ ମିଳେ ତେବେ ଆପଣଙ୍କୁ କେଉଁ କେଉଁ ବିପତିର ସମୂଖୀନ ହେବାକୁ ପଡିଥାଏ |

ଯଦି ଘରର ବାସ୍ତୁ ଠିକ ନଥାଏ ତେବେ ଘରେ ବହୁତ କ୍ଷତି ହୋଇଥାଏ । ଯେମିତିକି- ଅଯଥାରେ ରୋଗ, ଶାରୀରିକ ଅସୁସ୍ଥତା, କଳହ, ଅଶାନ୍ତି, ଧନ ହାନି, ରୁଣ, କରଯ, ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଏହିସବୁ ଘଟିଥାଏ । ବନ୍ଧୁଗଣ ଏଥିପାଇଁ ଦୁଆର ମୁହଁର ବାସ୍ତୁ ଠିକ ରହିବା ଦରକାର । ବନ୍ଧୁଗଣ ଯଦି ଆପଣଙ୍କ ଘରର ପ୍ରବେଶ ଦ୍ଵାର ଏକାଥରେ ୩ଟି ଘରକୁ ଯୋଡି ହୋଇଅଛି ତେବେ ତାହା କ୍ଷତିକାରକ ହେଇଥାଏ । ଯଦି ଆପଣଙ୍କ ପ୍ରବେଶ ଦ୍ଵାର ନିକଟରେ ଗୋଟିଏ ବଡ ଖମ୍ବ କିମ୍ବା ଗୋଟିଏ ଖୁଣ୍ଟ ଆପଣ ରଖିଛନ୍ତି ତେବେ ତାହା ଅନେକ କ୍ଷତି କରିଥାଏ ।

ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଏବଂ ବିଶେଷ କରି ଆପଣଙ୍କ ଧନ ପ୍ରାପ୍ତିରେ ଏହାର ପ୍ରଭାବ ପଡିଥାଏ । ବନ୍ଧୁଗଣ ଯଦି ଆପଣ ଘର ତିଆରି କରୁଛନ୍ତି ତେବେ କୌଣସି କୋଣ ଆଡକୁ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ବନେଇବେ ନାହିଁ । ଘରର ମଧ୍ୟସ୍ଥ ଭାଗରେ ପ୍ରବେଶ ଦ୍ଵାର ତିଆରି କରିବେ । ଏବଂ ଏହାମଧ୍ୟ ଯେ ଘରର ମୁଖ୍ୟ ଦ୍ଵାରକୁ ଯେଉଁ ଉଚ୍ଚତାରେ ରଖିଛନ୍ତି, ଘରର ପ୍ରତ୍ୟକ ଦ୍ଵାରକୁ ସେହି ଉଚ୍ଚତାରେ ରଖନ୍ତୁ । ଯଦି ଆପଣ ଅଲଗା ଅଲଗା କରି ଦ୍ବାରର ଉଚ୍ଚତା ରଖିଛନ୍ତି ତେବେ ତାହା ବିପଦ ଆଣିଥାଏ । ଏଣୁ ଗୋଟିଏ ମାପରେ ଘରର ମୁଖ୍ୟ ଦ୍ଵାରା ସହିତ ସମସ୍ତ ଦ୍ଵାର ସମାନ ରଖନ୍ତୁ |

ଆଉ ଗୋଟିଏ ମହତ୍ବପୂର୍ଣ କଥା ଏହା ହେଉଛି ଯେ- ଯେତେବେଳେ ଆପଣ ଘରର ଦ୍ଵାରା ତିଆରି କରୁଛନ୍ତି ତେବେ ତାହାର କବାଟ ଭିତରକୁ ଫିଟିବା କଥା ବାହାରକୁ ନୁହେଁ । ଯଦି ତାହା ବାହାରକୁ ଫିଟୁଛି ତେବେ ଅର୍ଥହାନୀର କାରଣ ହୋଇଥାଏ । ଯଦି ଆପଣଙ୍କ ଘରର କବାଟ ବନ୍ଧ କଲାବେଳେ ଏବଂ ଖୋଲିଲାବେଳେ କିଛି ଆବାଜ କରୁଛି ତେବେ ତାହା ମଧ୍ୟ କ୍ଷତି-କାରକ ହୋଇଥାଏ । ଏହା ଫଳରେ ଆପଣଙ୍କ ଘରେ ନାନା ପ୍ରକାର ଅଶାନ୍ତି ଉପୁଜିଥାଏ । ଘରର ଦୁଆର ମୁହଁରେ କୌଣସି କଣ୍ଟା ଜାତୀୟ ବୃକ୍ଷ ତଥା ଲଙ୍କା କିମ୍ବା ପିତା ଜାତୀୟ ବୃକ୍ଷ ଆପଣ ଲଗାନ୍ତୁ ନାହିଁ ।

ଏହା ବହୁତ କ୍ଷତିକାରକହୋଇଥାଏ । ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବେ ଯେ ଘରର ପ୍ରବେଶ ଦ୍ଵାରା ସାମ୍ନାରେ କୌଣସି ପ୍ରକାରର ଉଗ୍ର ମୂର୍ତି ରଖିବେ ନାହିଁ । ଆପଣ ଶ୍ରୀ ଗଣେଶଙ୍କ ମୂର୍ତି ରଖି ପାରିବେ ।ଗୋଟିଏ ଆଇନା/ଦର୍ପଣ ମଧ୍ୟ ଘରର ମୁଖ୍ୟ ଦ୍ଵାର ନିକଟରେ ରଖିବା ଅନିବାର୍ଯ ।

ଏହି ନିୟମ ସବୁ ପାଳନ କରି ନିଜର ଘର ତିଆରି କରନ୍ତୁ ଦେଖିବେ ଆପଣଙ୍କ ଜୀବନ ସୁଖମୟ ଏବଂ ଆନନ୍ଦ ଉଲ୍ଲାସରେ କଟିବ ।

Comments are closed.