ଝାରସୁଗୁଡାରେ ଖୋଲିବ ୩ ଉପ ନିବନ୍ଧକ କାର୍ଯ୍ୟ।ଳୟ, ନିଷ୍ପତ୍ତିକୁ ସ୍ବାଗତ

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଜିଲ୍ଲାର 3ଟି ତହସିଲ କାର୍ଯ୍ୟ।ଳୟରେ 3ଟି ଉପନିବନ୍ଧକଙ୍କ ଅଫିସ ଖୋଲିବାକୁ ଯାଉଛନ୍ତି। ଜିଲ୍ଲାର କିର୍ମିରା, କୋଲାବିରା ଏବଂ ଲଇକେରା ତହସିଲ କାର୍ଯ୍ୟ।ଳୟ ଠାରେ ଏହା ଖୋଲାଯିବ। ଏନେଇ ବୋର୍ଡ ଅଫ ରେଭେନୁୟ କଟକ ପକ୍ଷରୁ ଗତ 27 ତାରିଖ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ଜିଲ୍ଲାର ପ୍ରତ୍ୟେକ ବ୍ଲକର ନାଗରିକଙ୍କୁ ଜମିଜମା ସଂକ୍ରାନ୍ତୀୟ ରେଜିଷ୍ଟ୍ରେସନ ସେବା ତ୍ବରିତ ଯୋଗାଇବା ପାଇଁ ରାଜ୍ୟ ସରକାର ତତ୍ପର ରହିଛନ୍ତି। ଆଉ ଏହି ପଦକ୍ଷେପ ସ୍ବରୂପ ରାଜ୍ୟରେ 129ଟି ନୂତନ ସବ୍ ରେଜିଷ୍ଟ୍ରାର ଅଫିକ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଯେଉଥିରେ ଝାରସୁଗୁଡ଼ା ଜିଲ୍ଲାର ତିନିଟି ତହସିଲ ସାମିଲ ରହିଛି। କୋଲାବିରା, ଲଇକେରା ଏବଂ କିର୍ମିରା ଅଂଚଳର ଲୋକେ ଜମିଜମା ରେଜିଷ୍ଟ୍ରେସନ ପାଇଁ ଝାରସୁଗୁଡ଼ା ଠାରେ ଥିବା ଉପ ନିବନ୍ଧକଙ୍କ କାର୍ଯ୍ୟ।ଳୟ ଉପରେ ନିର୍ଭର କରି ଆସିଛନ୍ତି। ଦୀର୍ଘ ଦିନରୁ ତହସିଲ କାର୍ଯ୍ୟ।ଳୟରେ ସବ ରେଜିଷ୍ଟ୍ରାର ଅଫିସ ଖୋଲାଯିବାକୁ ଦାବି ହେଉଥିଲା। ଏବେ ସରକାରଙ୍କ ପକ୍ଷରୁ ଏଦିଗରେ ନିଷ୍ପତ୍ତି ପରେ ସେହି ତିନିଟିଯାକ ତହସିଲ ଇଲାକାର ଲୋକେ ଉପକୃତ ହୋଇ ପାରିବେ। ବରିଷ୍ଠ ଆଇନଜୀବୀ ତଥା ଝାରସୁଗୁଡ଼ା ଓକିଲ ସଂଘର ପୂର୍ବତନ ସଭାପତି ରଘୁମଣି ପଟେଲ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Comments are closed.