ରାଜ୍ୟରେ ଆଉ ୯୨୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଲଗାତର ତୃତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ହଜାରେ ତଳକୁ ରହିଛି। ଗତ ୨୪ ଘଣ୍ଟାରେ ୯୨୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୬୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୫୩୮ ଓ ସ୍ଥାନୀୟ ଅଞ୍ଚଳରୁ ୩୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବରରୁ ୧୭, ବରଗଡ଼ରୁ ୫୪, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୭, ବୈ।ଦ୍ଧରୁ ୧୨, କଟକରୁ
୩୬, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୮, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୯, ଖୋର୍ଦ୍ଧାରୁ ୧୩୩, କୋରାପୁଟରୁ ୨୯, ମୟୂରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୨୩, ନୂଆପଡ଼ାରୁ ୯, ପୁରୀରୁ ୧୨, ରାୟଗଡରୁ ୧୫, ସମ୍ବଲପୁରରୁ ୬୮, ସୋନପୁରରୁ ୨୮, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୩୦ଟି ମାମଲା ରିପୋର୍ଟ କରାଯାଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା
୬ ହଜାର ୩୮୫ ରହିଛି।

Comments are closed.