ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ଚୂନ ପ୍ଲାଷ୍ଟର , ରିପୋର୍ଟ ମାଗିଲେ ପୁରୀ ଜିଲ୍ଲାପାଳ

ପୁରୀ – ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରେ ଖସିଲା ଚୂନ ପ୍ଲାଷ୍ଟର । ଗତକାଲି ଚୂନ ପ୍ଲାଷ୍ଟର ଖସିଥିବା ଜଣାପଡିଛି । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ନେଇ ରିପୋର୍ଟ ତଲବ କରିଛନ୍ତି । ରିପୋର୍ଟ ମିଳିବା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସୂଚନାଯୋଗ୍ୟ ଯେ, ରଥଯାତ୍ରା ସମୟରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହର ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । କିନ୍ତୁ ଏବେ କିପରି ପ୍ଲାଷ୍ଟର ଖସିଲା, ତାହା ସ୍ପଷ୍ଟ ହୋଇନାହିଁ । ରଥଯାତ୍ରା ସମୟରେ ଏଏସଆଇ ପକ୍ଷରୁ କରାଯାଇଥିବା ମରାମତି ସମ୍ପୂର୍ଣ୍ଣ ହୋଇନଥିବା ଆଶଙ୍କା ପ୍ରକାଶ ପାଇଛି ।

Comments are closed.