ରାଗିଂ ରୋକିବାକୁ ସବୁ ଡିଗ୍ରୀ କଲେଜ, ବିଶ୍ଵବିଦ୍ୟାଳୟକୁ   ଉଚ୍ଚଶିକ୍ଷା ବିଭାଗର ଚିଠି, ରାଗିଂ ବିରୋଧୀ ଅଣ୍ଡରଟେକିଂ ବାଧ୍ୟତାମୂଳକ 

ଭୁବନେଶ୍ୱର – ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଏ ନେଇ ସବୁ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ବତ ମିଶ୍ର । ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଗିଂ ବିରୋଧରେ ଅନଲାଇନ ବା ଅଫଲାଇନରେ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି । ଉଭୟ ଛାତ୍ର ଏବଂ ଅଭିଭାବକ ଅଣ୍ଡରଟେକିଂ ଲେଖିବେ । ଲିଫ୍‌ଲେଟ୍‌ରେ ହେଲ୍‌ପଲାଇନ ନମ୍ବର ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ କାନ୍ଥରେ ବି ହେଲ୍‌ପଲାଇନ ନମ୍ବର ଲେଖିବାକୁ କୁହାଯାଇଛି ।

Comments are closed.