କମିସନରେଟ ପୋଲିସରେ ଅଦଳବଦଳ, ବଦଳିଲେ ୭ ଏସିପି, ୨୧ ଇନ୍ସପେକ୍ଟର

ଭୁବନେଶ୍ବର- ଦୀର୍ଘ ଦିନ ପରେ କମିସନରେଟ୍ ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ଏସିପି ପାହ୍ୟାରୁ ଶଶ ସବ୍‌ଇନ୍ସପେକ୍ଟର ପର୍ଯ୍ୟନ୍ତ ୩୧ଜଣ କର୍ମଚାରୀଙ୍କୁ ପରିବର୍ତ୍ତନ କରାଯାଇଛି। ବଡ଼ କଥା ହେଉଛି, କମିସନରେଟ୍ ପୋଲିସର ପ୍ରାୟ ୮ ଏସିପି ଓ ସବ୍‌ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଥାନା ଦାୟିତ୍ବ ସମ୍ଭାଳୁଥିବାରୁ ଇନ୍ସପେକ୍ଟର୍‌ ଅଭାବ ଥିବା ବାରମ୍ବାର ଅଭିଯୋଗ ହେଉଥିଲା। ତେଣୁ ବିଭିନ୍ନ ଜିଲ୍ଲାରୁ ଆସି କମିସନରେଟ୍ ପୋଲିସ ହେଡକ୍ୱାଟରରେ କାର୍ଯ୍ୟ କରୁଥିବା ୮ଜଣ ଇନ୍ସପେକ୍ଟର୍‌ଙ୍କୁ କଟକ ଓ ଭୁବନେଶ୍ବରରେ ଅବସ୍ଥାପିତ କରାଯାଇଛି। ଫାଣ୍ଡିରୁ ଥାନା ହୋଇଥିବା ପାହାଳ ଓ ଇନ୍‌ଫୋଭ୍ୟାଲି ଥାନାରେ ମଧ୍ୟ ଇନ୍ସପେକ୍ଟର ନିଯୁକ୍ତି କରାଯାଇଛି।

Comments are closed.