ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର, ମିଳିନି ପରିଚୟ

ନୂଆପଡା: ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସଦର ଥାନା ଲୁକୁପାଲି ଗାଁ ମୁଣ୍ଡରେ ଥିବା ଘାଟି ଜଙ୍ଗଲରେ ।

ସୂଚନାଯୋଗ୍ୟ ଯେ, ଗୁରୁବାର କିଛି ଛେଳି ଚରାଳି ପଡିଥିବା ଗଳିତ ମୃତଦେହ ଦେଖି ବନ ଜଗୁଆଳୀମାନଙ୍କୁ ସୂଚନା ଦେଇଥିଲେ । ପରେ ନୂଆପଡା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଳିତ ମୃତଦେହକୁ ଉଦ୍ଧାର କରିଛି । ତେବେ ଗଛ ଉପରେ ରଶି ଲାଗିଥିବା ବେଳେ କେହି ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ଘଟଣାସ୍ଥଳକୁ ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବା ନେଇ ସୂଚନା ମିଳିଛି ।

Comments are closed.