ଅଣ୍ଡର ୨୦ ସାଫ୍ ଫୁଟବଲ ଫାଇନାଲରେ ଆଜି ଭାରତ- ବାଂଲାଦେଶ ଟକ୍କର

ଭୁବନେଶ୍ୱର – ୨୦ ବର୍ଷରୁ କମ ସାଫ୍ ଫୁଟବଲ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ ଟାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ଭାରତ, ବାଂଲାଦେଶଠାରୁ ୧-୨ ଗୋଲରେ ହାରି ଯାଇଥିଲା । ଫାଇନାଲରେ ଭାରତ ଉନ୍ନତ ପ୍ରଦର୍ଶନ ସହ ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଦର୍ଶକଙ୍କ ଗହଣରେ ଫାଇନାଲ ମ୍ୟାଚ ଖେଳାଯିବ । ୫ଟି ଦେଶକୁ ନେଇ ଗତ ୨୫ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆଜି ଶେଷ ହେବ।

Comments are closed.